ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩ : ଆଜି ୬ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରହିଛି । ଆଜି ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ ଓ ୬ରୁ ଜଣେ ଲେଖାଏଁ ଏବଂ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ ଓ ୧୧ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଗୁଡ଼ଭେଲା ବ୍ଲକ୍‌ ଗୁଡ଼ଭେଲା ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.