om academy

ହଜିଗଲା ମାନବିକତା : କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ, ୧୪ଘଂଟା ଧରି ପଡ଼ିରହିଲା ଶବ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ ଫେରିଥିଲେ । ତାମିଲନାଡ଼ୁର ଫେରିଲା ପରେ ତାଙ୍କୁ ଜ୍ୱର ହେଉଥିଲା । ଗତକାଲି ତାଙ୍କ ଦେହ ଅଧିକା ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କୌଣସି କାରଣରୁ ଆମ୍ବୁଲାନ୍ସ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଘରେ ଛାଡ଼ି ଚାଲିଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ଶବକୁ ଜଗି ରହିଥିଲେ । କରୋନା ଭୟରେ ତାଙ୍କର ସମ୍ପର୍କୀୟ କେହି ଆସିନଥିବା ବେଳେ ୧୪ଘଂଟାରୁ ଅଧିକ ସମୟ ଧରି ଶବ ପଡ଼ିରହିଥିଲା । ଗାଇସିଲଟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତିରେ କ୍ଲବ ସଭ୍ୟମାନେ ଶବ ସତ୍କାର କରିଛନ୍ତି ।

Leave A Reply

Your email address will not be published.