ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ ପିଲା ଅଛନ୍ତି । ତେବେ ଏହି ଆକ୍ରନ୍ତ ମାନଙ୍କ ମଧ୍ୟରୁ ୫୦ ଜଣ କ୍ୱାରାଣ୍ଟାଇନରେ ଥିବା ବେଳେ ୩୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ସମ୍ବଲପୁର ଜିଲାରୁ ସର୍ବାଧିକ ୧୫ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୪, ବଲାଙ୍ଗିରରୁ ୬, ବୌଦ୍ଧରୁ ୧, କଟକରୁ ୫, , ଗଜପତିରୁ ୯, ଗଞ୍ଜାମରୁ ୧, ଜଗତ୍‌ସିଂହପୁରରୁ ୧, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୨, କୋରାପୁଟରୁ ୩ , ମାଲକାନଗିରିରୁ ୧ ଆକ୍ରାନ୍ତ ଅଛନ୍ତି । ସେହିପରି ମୟୂରଭଞ୍ଜରୁ ୬, ନବରଙ୍ଗପୁରୁ ୬, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୫ ଥିବାବେଳେ ଷ୍ଟେଟ ପୁଲ୍‌ରୁ ୧ ଚିହ୍ନଟ ହୋଇଥିବା ସୂଚାନରେ କୁହାଯାଇଛି ।

Leave A Reply

Your email address will not be published.