କରୋନା ଉତ୍‌ପାତ୍‌ : ରାଜ୍ୟରେ ୫ ହଜାର ପାଖାପାଖି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୯୨୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଉତ୍‌ପାତ୍‌ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୩୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୧, ବାଲେଶ୍ୱରରୁ ୫୨, ବରଗଡ଼ରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗିରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡ଼ରୁ ୩୫, ଢେ଼ଙ୍କାନାଳରୁ ୩୧, ଗଜପତିରୁ ୩୫, ଗଂଜାମରୁ ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେଉଁଝରରୁ ୧୬୬, ଖୋର୍ଦ୍ଧାରୁ ୭୦୩, କୋରାପୁଟରୁ ୬୨, ମାଲକାନଗିରିରୁ ୩୧, ମୟୁରଭଂଜରୁ ୭୮, ନବରଂଗପୁରରୁ ୧୯୪, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୪୮୬, ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୧୬ ଓ ଷ୍ଟେଟ ପୁଲ୍‌ରୁ ୧୪୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୯୨୭ ରହିଛି ।

Leave A Reply

Your email address will not be published.