
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ କୁଟୁମଡୋଲା ଗ୍ରା.ପ.ରୁ ୧ ଜଣ, ସଦେଇପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧, ୨୧, ୪ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ଅର୍ସତୁଲା ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ଖୋଲାନ ଗ୍ରା.ପ.ରୁ ଜଣେ, ପରାସରା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।