ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୬୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୨୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୧୨, ବରଗଡରୁ ୧, ଭଦ୍ରକରୁ ୩, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୬୮, ଦେବଗଡରୁ ୨, ଗଜପତିରୁ ୫, ଜଗତସିଂହପୁରରୁ ୮, ଯାଜପୁରରୁ ୧୫, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୧୯, କୋରାପୁଟରୁ ୪, ମୟୁରଭଞ୍ଜରୁ ୧୬, ନୟାଗଡରୁ ୫, ନୂଆପଡାରୁ ୮, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୪୧, ସୋନପୁରରୁ ୩, ସୁନ୍ଦରଗଡରୁ ୬୩, ଷ୍ଟେଟପୁଲରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି ।