oom

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୩, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୮୯, ଦେବଗଡରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୮, ଯାଜପୁରରୁ ୧୦, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୩୭, ମାଳକାନଗିରିରୁ ୩, ମୟୁରଭଞ୍ଜରୁ ୮, ନୟାଗଡରୁ ୧, ପୁରୀରୁ ୨୯, ରାୟଗଡାରୁ ୨, ସମ୍ବଲପୁରରୁ ୬, ସୋନପୁରରୁ ୧୫, ସୁନ୍ଦରଗଡରୁ ୨୯, ଷ୍ଟେଟପୁଲରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.