
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୩୦ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୬ ଜଣ, ବେଲପଡା ବ୍ଲକରୁ ୪ ଜଣ, ଦେଓଗାଁ ବ୍ଲକରୁ ୧୧ ଜଣ, ଗୁଡଭେଲା ବ୍ଲକରୁ ୧୭, କଣ୍ଟାବାଞ୍ଜି ଏନ୍ଏସିରୁ ୧ ଜଣ, ଖପ୍ରାଖୋଲ ବ୍ଲକରୁ ୧୧ ଜଣ, ଲୋଇସିଂହା ବ୍ଲକରୁ ୧୮ ଜଣ, ମୁରିବାହାଲ ବ୍ଲକରୁ ୧୧ ଜଣ, ପାଟଣାଗଡରୁ ୬ ଜଣ, ପାଟଣାଗଡ ଏନ୍ଏସିରୁ ୩ ଜଣ, ପୁଇଁନ୍ତଲା ବ୍ଲକରୁ ୧୦ ଜଣ, ସଇଁନ୍ତଲା ବ୍ଲକରୁ ୩୫ ଜଣ, ଟିଟିଲାଗଡ ବ୍ଲକରୁ ୧୩ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୨ ଜଣ, ତୁରେକେଲା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।