ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାରା ରାଜ୍ୟରେ ଏହି ସମୟ ମଧ୍ୟରେ ୧୧ ହଜାର ୬୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲାରେ ଆଜି ସଂକ୍ରମଣ ସଂଖ୍ୟା ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ସମେସ୍ତ କୋଭିଡ଼ ଗାଇଡ଼ ଲାଇନ୍‌ ମାନି ଚଳିବା ନିହାତି ଆବଶ୍ୟକ । ସତର୍କତା ହିଁ କରୋନା ସଂକ୍ରମଣରୁ ରକ୍ଷା କରିପାରିବ । ସବୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ହାତ ସଫା ରଖନ୍ତୁ ।

Leave A Reply

Your email address will not be published.