oom

ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା : ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୫, ବାଲେଶ୍ୱରରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୭, ବଲାଙ୍ଗିରରୁ ୪, କଟକରୁ ୨୯, ଦେବଗଡ଼ରୁ ୪, ଗଂଜାମରୁ ୨, ଜଗତ୍‌ସିଂହପୁରରୁ ୧, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୪, କେଉଁଝରରୁ ୮, ଖୋର୍ଦ୍ଧାରୁ ୧୫, ମୟୁରଭଂଜରୁ ୧୯, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨, ସମ୍ବଲପୁରରୁ ୪, ସୁନ୍ଦରଗଡ଼ରୁ ୪୧ ଓ ଷ୍ଟେଟ ପୁଲ୍‌ରୁ ୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୨୯୯୧ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

jittmm
Leave A Reply

Your email address will not be published.