ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : କଂଟାବାଂଜି ଏନ୍‌ଏସି.ର ଗୋଟିଏ ୱାର୍ଡରୁ ୫ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ସକ୍‌ମା ଓ ବିଡ଼ିଘାଟ ଗ୍ରା.ପ.ରେ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ ଓ ୧୭ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୫ ଜଣ, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୪ରୁ ୨ ଜଣ ଓ ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲାରେ ଆଜି ୯୮ ଜଣ କରୋନା ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.