ଉପର ମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଘାଇଁ ଘାଇଁ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୯୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୯, ବରଗଡରୁ ୧୨, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୫, ବୌଦ୍ଧରୁ ୧୬, କଟକରୁ ୧୦୯, ଦେବଗଡରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୫, ଯାଜପୁରରୁ ୨୮, ଝାରସୁଗୁଡାରୁ ୩୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୩୧୨, କୋରାପୁଟରୁ ୯, ମୟୁରଭଞ୍ଜରୁ ୧୦୨, ନବରଙ୍ଗପୁରରୁ ୧୨, ନୟାଗଡରୁ ୩୬, ପୁରୀରୁ ୨୭, ରାୟଗଡାରୁ ୧୯, ସମ୍ବଲପୁରରୁ ୭୦, ସୋନପୁରରୁ ୫୨, ସୁନ୍ଦରଗଡରୁ ୧୭୪, ଷ୍ଟେଟପୁଲରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

error: Content is protected !!