ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଝରଣୀପାଲି ଗ୍ରା.ପରୁ ୧ ଜଣ, ବଲାଙ୍ଗିର ବ୍ଲକ ବୈଦିପାଲି ଗ୍ରା.ପରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୦, ୨, ୧୫ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଗୁଡଭେଲା ବ୍ଲକ ଦେଉଲଗୁଡି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ କନ୍ଦାଜୁରି ଗ୍ରା.ପରୁ ୧ ଜଣ, ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୯ ଓ ୧୨ ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ କୁଇବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.