oom

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୨୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୬, ବରଗଡରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୧୧୮, ଦେବଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୮, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୦୪, କୋରାପୁଟରୁ ୩, ମୟୁରଭଞ୍ଜରୁ ୧୭, ନବରଙ୍ଗପୁରୁ ୧, ନୟାଗଡରୁ ୨, ନୂଆପଡାରୁ ୫, ପୁରୀରୁ ୩୭, ରାୟଗଡାରୁ ୨, ସମ୍ବଲପୁରରୁ ୬, ସୋନପୁରରୁ ୨୦, ସୁନ୍ଦରଗଡରୁ ୪୨, ଷ୍ଟେଟପୁଲରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.