ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ତଳେ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୨୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୮୧୫୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୧୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୨୩୨, ବୌଦ୍ଧରୁ ୯୩, କଟକରୁ ୬୨୮, ଦେବଗଡରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ ୧୦୯, କେନ୍ଦ୍ରାପଡାରୁ ୯୨, କେଉଁଝରରୁ ୧୧୦, ଖୋର୍ଦ୍ଧାରୁ ୨୫୨୮, କୋରାପୁଟରୁ ୨୦୩, ମାଳକାନଗିରିରୁ ୫୦, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡରୁ ୧୯୪, ନୂଆପଡାରୁ ୨୦୫, ପୁରୀରୁ ୧୬୫, ରାୟଗଡାରୁ ୨୨୧, ସମ୍ବଲପୁରରୁ ୧୮୧, ସୁବର୍ଣ୍ଣପୁରରୁ ୨୦୭, ସୁନ୍ଦରଗଡରୁ ୧୦୦୧ ଓ ଷ୍ଟେଟ ପୁଲ୍‌ରୁ ୫୦୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.