ବଲାଙ୍ଗିର ଜିଲ୍ଲାରେ ୨ଶହ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୧୯ ନୂଆ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବଲାଙ୍ଗିର ଜିଲ୍ଲାରେ ୨ଶହ ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ରିପୋର୍ଟ ଅନୁସାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୯ ହୋଇଥିବା ବେଳେ ୭୯୮୯ ଜଣ ସୁସ୍ଥତା ଅର୍ଜନ କରି ସାରିଛନ୍ତି । ମାତ୍ର ୧୯୩ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡ଼ା ବ୍ଳକ୍‌ ମଧ୍ୟପୁର ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ଗୁଡ଼ଭେଲା ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୨ ଜଣ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ଜଣେ ଓ ୧୨ରୁ ୨ ଜଣ, ଖପ୍ରାଖୋଲ୍‌ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ୍‌ ଲଖନା ଗ୍ରା.ପ.ରୁ ଓ ଗୁଡ଼ିଘାଟ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ଘଁସିଏନ୍‌, ପଣ୍ଡାମୁଣ୍ଡା, ଗଙ୍ଗାସାଗର ଓ ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଳକ୍‌ କେର୍‌ମେଲି ଓ ଡେଙ୍ଗ ଗ୍ରା.ପ.ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ୍‌ ହିଆଲ ଗ୍ରା.ପ.ରୁ ଜଣେ ଓ ବୁରୋମାଲ ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.