ଗତ ୨୪ ଘଂଟାରେ ୨୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୫୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୪, ଭଦ୍ରକରୁ ୪, ବଲାଙ୍ଗିରରୁ ୨, କଟକରୁ ୨୩, ଦେବଗଡରୁ ୫, ଢେଙ୍କାନାଳରୁ ୧, ଗଜପତିରୁ ୧୦, ଜଗତସିଂହପୁରରୁ ୩, ଯାଜପୁରରୁ ୧୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧାରୁ ୧୫୨, କୋରାପୁଟରୁ ୧, ମାଲକାନଗିରିରୁ ୪, ମୟୁରଭଂଜରୁ ୪, ନୟାଗଡରୁ ୧, ପୁରୀରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୨୩ ଓ ଷ୍ଟେଟ ପୁଲ୍‌ରୁ ୩୬ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.