ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ : ୭ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ସୁଧୁରି ଆସୁଛି । ସଂକ୍ରମଣ ହାର କମୁଛି । କିନ୍ତୁ ତଥାପି ସାରା ବିଶ୍ୱରେ କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଅନେକ ଆଶଙ୍କା ରହିଥିବା ବେଳେ ଏବେ ବି ଜିଲ୍ଲାବାସୀ କରୋନା କଟକଣା ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ତଥା ସାନିଟାଇଜର୍‌ ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ଆଜି ବଲାଙ୍ଗିର ଜିଲ୍ଲାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୮, ୧୦, ୧୧ ଓ ୧୫ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଝଲପ, ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଓ ସଇଁନ୍ତଲା ବ୍ଲକ ବଡ଼ମାଲ ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.