ଗତ ୨୪ ଘଂଟାରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୪୯୬୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୨୪୭, ବରଗଡ଼ରୁ ୪୧, ଭଦ୍ରକରୁ ୧୯୨, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୪୭, କଟକରୁ ୨୭୨, ଦେବଗଡ଼ରୁ ୧୦, ଢେ଼ଙ୍କାନାଳରୁ ୪୨, ଗଜପତିରୁ ୨୪, ଗଂଜାମରୁ ୧୮, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୬୦, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧, କେନ୍ଦ୍ରାପଡ଼ାରୁ ୧୧୬, କେଉଁଝରରୁ ୫୭, ଖୋର୍ଦ୍ଧାରୁ ୪୦୮, କୋରାପୁଟରୁ ୬୦, ମାଲକାନଗିରିରୁ ୫୬, ମୟୁରଭଂଜରୁ ୧୩୫, ନବରଂଗପୁରରୁ ୪୫, ନୟାଗଡ଼ରୁ ୧୧୨, ନୂଆପଡ଼ାରୁ ୧୦, ପୁରୀରୁ ୨୧୯, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୫୮ ଓ ଷ୍ଟେଟ ପୁଲ୍‌ରୁ ୭୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.