ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରେ ଜଣେ, ବଲାଙ୍ଗିର ପୌରାଂଚଳରେ ୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରେ ୨ ଜଣ, ବେଲପଡ଼ା ବ୍ଲକରେ ୪ ଜଣ, ଦେଓଗାଁରେ ୩ ଜଣ, ଖପ୍ରାଖୋଲ ବ୍ଲକରେ ୬ ଜଣ, ଲୋଇସିଂହା ବ୍ଲକରେ ୨ ଜଣ, ମୁରିବାହାଲ ବ୍ଲକରେ ଜଣେ, ଟିଟିଲାଗଡ଼ ବ୍ଲକରେ ୨ ଜଣ ଓ ତୁରେକେଲା ବ୍ଲକରେ ୫ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି ।