om academy

ଗତ ୨୪ ଘଂଟାରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୦୪୭୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୭୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୬୧, ବରଗଡ଼ରୁ ୫୨, ଭଦ୍ରକରୁ ୧୩୯, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୩୧, କଟକରୁ ୩୯୬, ଦେବଗଡ଼ରୁ ୨୨, ଢେ଼ଙ୍କାନାଳରୁ ୭୮, ଗଜପତିରୁ ୨୭, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୮୫, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୧୧, କେଉଁଝରରୁ ୪୭, ଖୋର୍ଦ୍ଧାରୁ ୫୫୩, କୋରାପୁଟରୁ ୭୨, ମାଲକାନଗିରିରୁ ୩୮, ମୟୁରଭଂଜରୁ ୧୬୨, ନବରଂଗପୁରରୁ ୬୦, ନୟାଗଡ଼ରୁ ୧୪୨, ନୂଆପଡ଼ାରୁ ୨୦, ପୁରୀରୁ ୨୧୭, ରାୟଗଡ଼ାରୁ ୯୪, ସମ୍ବଲପୁରରୁ ୩୨, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟ ପୁଲ୍‌ରୁ ୮୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.