om academy

ଦିନକରେ ରାଜ୍ୟରେ ୯ ହଜାର ପାଖାପାଖି ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧,୮୩୫, ଶୀର୍ଷରେ ଖୋର୍ଦ୍ଧା, ବଲାଙ୍ଗିରରୁ ୨୯୧

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୯୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୮୩୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡ଼ରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗିରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡ଼ରୁ ୧୦୩, ଢେ଼ଙ୍କାନାଳରୁ ୧୪୯, ଗଜପତିରୁ ୧୬୫, ଗଂଜାମରୁ ୨୬୨, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡ଼ାରୁ ୩୯୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୩୨, କେଉଁଝରରୁ ୧୦୪, ଖୋର୍ଦ୍ଧାରୁ ୧୨୫୮, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୁରଭଂଜରୁ ୧୩୪, ନବରଂଗପୁରରୁ ୪୩୩, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୭୮, ପୁରୀରୁ ୫୩୦, ରାୟଗଡ଼ାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡ଼ରୁ ୫୯୨ ଓ ଷ୍ଟେଟ ପୁଲ୍‌ରୁ ୨୫୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.