ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧ : ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସରକାରୀ ସୂତ୍ରରେ କୁହାଯାଇଛି । କରୋନା ସଂକ୍ରମଣ ବଲାଙ୍ଗିର ଜିଲ୍ଲାରେ କମି କମି ଆସୁଛି । କିନ୍ତୁ ତଥାପି କୋଭିଡ ଗାଇଡ ଲାଇନ୍‌କୁ ମାନି ଚଳିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ସବୁବେଳେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ତଥା ବାରମ୍ବାର ହାତ ଧୋଇବା ସହ ସାନିଟାଇଜର୍‌ ବ୍ୟବହାର କରିବାକୁ କୁହାଯାଇଛି ।

Leave A Reply

Your email address will not be published.