ସମ୍ବଲପୁର ଜି‌ଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡି ଡିଆରଡିଏ । ୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସେମାନଙ୍କ ଠାରୁ ଆଉ କୌଣସି ଛାତ୍ର କିମ୍ବା ଆଉ କିଏ ଯେପରି ସଂକ୍ରମିତ ନହୁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି ।

Leave A Reply

Your email address will not be published.