ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

କଟକ : ମାହାଙ୍ଗା ବ୍ଲକ ଅନ୍ତର୍ଗତ ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁରେ ମାତ୍ରାଧିକ କରୋନା ସଂକ୍ରମଣ ହୋଇଥିବାରୁ ସେହି ଗାଁକୁ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ କାର୍ତ୍ତିକ ଜେନା । ମାହାଙ୍ଗାର ବି.ଡି.ଓ, ପୋଲିସ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ ଏବଂ ସରପଞ୍ଚ ଆସି ସଚେତନ କରେଇବା ସହ ଆଜି ଠାରୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ସାମାଜିକ ଦୂରତ୍ୱ ସହ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପରାମର୍ଶ ଦେଇଥିଲେ । ଦୋକାନ ବଜ଼ାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନକୁ ଘର ଘର ବୁଲି ରୋଗୀ ଚିହ୍ନଟ କରି ଟେଷ୍ଟ କରେଇବା ର ବ୍ୟବସ୍ଥା କରିବାର ପ୍ରତିଶୃତି ପ୍ରଦାନ କରିଥିଲେ । ସାହିରେ ସୁସ୍ଥ ସ୍ୱେଚ୍ଛାସେବୀ ଗଠନ କରି ଲୋକମାନଙ୍କୁ ସଚେତନ କରେଇବାକୁ ପରାମର୍ଶ ଦେଇଥିଲେ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ । ବାହାର ଗାଁ ରୁ ଗାଡି ମୋଟର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଅମାନିଆ ମାନଙ୍କ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇଛି ଏବଂ ସମସ୍ତ ଅଞ୍ଚଳ କୁ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ କାର୍ତ୍ତିକ ଜେନା କହିଛନ୍ତି ।

Leave A Reply

Your email address will not be published.