oom

ବଲାଙ୍ଗିର ପୌରାଂଚଳରେ ଜବର୍‌ଦସ୍ତ ବଢ଼ୁଛି ନିର୍ବାଚନ ତାତି : କଂଗ୍ରେସ ପାଇଁ ବଡ଼ ଚ୍ୟାଲେଂଜ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ଜବର୍‌ଦସ୍ତ ବଢ଼ୁଛି ନିର୍ବାଚନ ତାତି । ଆସନ୍ତା ୨୪ ତାରିଖ ଦିନ ଭୋଟ ଗ୍ରହଣ, ୨୨ ତାରିଖ ଯାଏଁ ପ୍ରଚାର । ପ୍ରଚାର କରିବାକୁ ହାତରେ ଖୁବ୍‌ କମ୍‌ ସମୟ । ଏମିତି ବେଳେ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ତନାଘନା ପ୍ରଚାର ସହରରେ ଦେଖିବାକୁ ମିଳୁଛି । ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ବିଜେଡ଼ି ବାଜିମାତ୍‌ କରିଥିବା ବେଳେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ ରହିଥିଲା । ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଆବୋରି ନେଲା ବିଜେଡ଼ି । ଏଭଳି ସ୍ଥିତିରେ ବଲାଙ୍ଗିର ପୌରାଂଚଳରେ ବିଜେଡ଼ି ଉତ୍ସାହପ୍ରଦ ଫଳାଫଳ ହାତେଇବାକୁ ଆଶା ରଖିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଚଳିତ ପୌର ନିର୍ବାଚନ ଏକ ବଡ଼ ଚ୍ୟାଲେଂଜ ହେବ ବୋଲି ରାଜନୀତି ଜଗତରେ ଆଲୋଚନା ଜୋର୍‌ ଧରିଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇ ଭୋଟର୍‌ଙ୍କୁ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ବେଳେ ବିଜେଡ଼ି ପକ୍ଷରୁ ବି ହେଭି ୱେଟ୍‌ ନେତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ବିଜେଡ଼ି ପାଇଁ ଘମାଘୋଟ ପ୍ରଚାରରେ ଲାଗିଛନ୍ତି । ତେବେ ନିକଟରେ ସମାପ୍ତ ହୋଇଥିବା ଦେଶର ୫ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ଓ ରାଜ୍ୟରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଜଟିଳ ଅବସ୍ଥା ଭିତରେ ପୌର ନିର୍ବାଚନରେ କଂଗ୍ରେସ କିଭଳି ନିଜ ସ୍ଥିତି ଜାହିର୍‌ କରିବ, ସେଥିପ୍ରତି ଲୋକଙ୍କ ନଜର୍‌ ଲଟ୍‌କି ରହିଛି ।

jittmm
Leave A Reply

Your email address will not be published.