ନରସିଂହଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କଂଗ୍ରେସରେ ମିଶିଲେ ୨୫ରୁ ଅଧିକ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୌରାଞ୍ଚଳର ୨୫ରୁ ଅଧିକ ଯୁବକ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଏହି ଯୁବକମାନେ ଆଜି ଶ୍ରୀ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଦିଗଦର୍ଶନକୁ ନେଇ ଏହି ଯୁବକମାନେ ଆଗାମୀ ଦିନରେ ସମାଜର ଅବହେଳିତ ଛାତ୍ର, ଯୁବକ, ଶ୍ରମିକ ଓ କୃଷକମାନଙ୍କର ସ୍ୱର ହୋଇ କାମ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଶତାୟୁ କଂଗ୍ରେସ ଦଳ କେବଳ ଏକ ଦଳ ଯିଏ ଦେଶର ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ନେଇଥିଲା । ଏହି ଦଳର ବଳିଷ୍ଠ ଇତିହାସ ଅଛି । ଦେଶରେ ଯେତେ ଲୋକ ହିତକର ପ୍ରକଳ୍ପ ଯଥା ଜଳସେଚନ, କୃଷି, ଶିକ୍ଷା, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏ ସମସ୍ତ କଂଗ୍ରେସ ଦଳର ସରକାର ଥିବା ବେଳେ ହିଁ ସମ୍ଭବ ହୋଇ ପାରିଛି । ତେଣୁ ଦଳରେ ଆହୁରି ଅନେକ ଯୁବକ ଆଗାମୀ ଦିନରେ ସାମିଲ ହୋଇ ଦେଶ ଗଠନରେ ବ୍ରତି ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜି କଂଗ୍ରେସରେ ବାପୁନି କୁମାର ସାହୁ, ସଇଦ ଅକତର ହୁସେନ, କର୍ମ ମେହେର, ଅରୁଣ ଗୁରୁ, ମିଲୁ ସାହୁ, ସୁବଲ ମେହେର, ଆଶୁତୋଷ ସାହୁ, ରଂଜୟ ଦାଶ, ଜ୍ଞାନ ରଂଜନ ନାଏକ, ଶୁଭମ ମେହେର, ଆକାଶ ମେହେର, ସୁବାଷ ବାଗ, କାଳିଆ ବେହେରା, ରାକେଶ ନାଏକ, ଦିପକ ମାଝି, ପ୍ରିୟବ୍ରତ ମହାରଣା, ମନୋରଂଜନ ଖରସେଲ, ସୁମନ୍ତ ବରାଡ, ସାଗର ମହାକୁର, ସରୋଜ ରଣା, ଅନ୍ତ ପଟେଲ, ବିକାଶ ରାଏ, ସରୋଜ ବିଶି ପ୍ରମୁଖ ସାମିଲ ହେଲେ । ଦଳ ତରଫରୁ ଏମାନଙ୍କୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଯୁବ କଂଗ୍ରେସ ନେତା ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.