oom

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ଦଳ ପକ୍ଷରୁ ଛତ୍ରପୁର ହସ୍ପିଟାଲର ରୋଗୀଙ୍କୁ କ୍ଷୀର ଓ ପାଉରୁଟି ବଣ୍ଟନ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ ପାର୍ଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଦୁଇ ମହାପୁରୁଷଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଛତ୍ରପୁର ହସ୍ପିଟାଲର ରୋଗୀଙ୍କୁ କ୍ଷୀର ଓ ପାଉରୁଟି ବଣ୍ଟନ କରାଯାଇ ଏକ ମହତ୍‌ କାର୍ଯ୍ୟ କରିଛନ୍ତି । ଛତ୍ରପୁର ବ୍ଳକ କଂଗ୍ରେସ ସଭାପତି ଅବନି ଶତପଥୀ ଓ ଟାଉନ୍ କଂଗ୍ରେସ ସଭାପତି ଜଲାଲ ଖାନଙ୍କ ନେତୃତ୍ୱରେ ଏହି ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯେଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଠାରେ ରୋଗୀଙ୍କୁ କ୍ଷୀର, ବ୍ରେଡ, ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବୋଧ ସୁମନ ସ୍ବାଇଁ, ଦୀପକ ରାଉଳ, ରାମ ତ୍ରିପାଠୀ, ଟି. କିଷ୍ଣା ରେଡି, ଜିତୁ ବେହେରା, ଚିଦାନନ୍ଦ ପ୍ରଧାନ, ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.