ରାଜ୍ୟ ସରକାରଙ୍କ ଶିକ୍ଷାନୀତି ମେଧାବୀଙ୍କ ପାଦର ବେଡ଼ି ସାଜୁଛି, ସରକାରୀ ଚାକିରୀ ଆବେଦନ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଉ : କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ନିଜର ଭୁଲ ସରକାରୀ ଚାକିରୀ ନୀତ ଅନୁସାରେ ଚାକିରୀ ଆବେଦନ ସୀମା ମାତ୍ର ୩୨ ବର୍ଷ ରଖିଛନ୍ତି । ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶିକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୁକ୍ତି ସୀମା ଅତିକ୍ରମ ହୋଇପଡୁଛି । ଅନ୍ୟପଟେ ଦେଶର ଗୋଆରେ ବାଙ୍ଗାଲୋରରେ ୪୪, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨ ଓ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ସମୟ ସୀମା ୪୦ ରହୁଛି । ଫଳରେ ଆମ ରାଜ୍ୟର ଅନେକ ମେଧାବୀ ଛାତ୍ର ଉଚ୍ଚତମ ଶିକ୍ଷା ଗ୍ରହଣ କରି ମଧ୍ୟ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ରାଜ୍ୟ ପରି ଆମ ରାଜ୍ୟରେ ମଧ୍ୟ ଏହି ସୀମାକୁ ୪୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି । ଆମ ରାଜ୍ୟରେ ଦୀର୍ଘ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ରୁଚି ମୁତାବକ, ଶିକ୍ଷା ଓ ଯୋଗ୍ୟତା ମୁତାବକ ଚାକିରି ବଡ ପ୍ରଶ୍ନ ହୋଇ ଉଭା ହୋଇଛି । ଭୁଲ ସରକାରୀ ନୀତି ଯୋଗୁଁ ପ୍ରତ୍ୟେକ ବର୍ଷ ହଜାର ହଜାର ଉଚ୍ଚ ଶିକ୍ଷିତ ଯୂବକ ଯୂବତୀ ବେକାର ହୋଇ ରହୁଛନ୍ତି । ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରି ସେମାନଙ୍କୁ ଚାକିରି ମାଧ୍ୟମରେ ଜୀବିକା ଓ ଭବିଷ୍ୟତ ଗଢିବାର ସୁଯୋଗ ଯୋଗଇ ଦେବା କଥା । ଓଲୋଟା ସରକାର ଦ୍ୱାରା ଘୋଷିତ ଓପିଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଓ ଏସଏସସି ଓ ଏସଏସବି ଦ୍ୱାରା ପରିଚାଳିତ ବିଭିନ୍ନ ପଦବୀ ଗୁଡିକ ପ୍ରତି ବର୍ଷ ପୂରଣ ହେବା କଥା । କିନ୍ତୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବୟଷ ସୀମା ଏହାକୁ ରୋକିବାରେ ପରମ ଭୂମିକା ଗ୍ରହଣ କରୁଛି । ଫଲରେ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି । ଉଚ୍ଚତର ଶିକ୍ଷା ହାସଲ କରିବା ପରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତିରେ ଚାକିରି ପାଇଁ ଉଚ୍ଚତମ ବୟସ ସୀମାକୁ ବୃଦ୍ଧି କରାଗଲେ ଆବେଦନକାରୀଙ୍କ ସଂଖ୍ୟା ବଢିବା ସହିତ ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀ ଚାକିରି ପାଇ ରାଜ୍ୟକୁ ସେବା ପ୍ରଦାନ କରିାବର ସୁଯୋଗ ପାଆନ୍ତେ । ତେଣୂ ଉପରୋକ୍ତ ବିଷୟରେ ଗୁରୁତର ସହ ବିଚାର କରିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ବଲାଙ୍ଗିର ଯୂବ କଂଗ୍ରେସ ଅନୁରୋଧ କରିଛି । ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ମୁଖପାତ୍ର ବ୍ୟାସଦେବ ନନ୍ଦ, ଉପସଭାପତି ଅବିନାଶ ସାଏ, ନାସିର ଖାନ, ସଞ୍ଜିବ ହୋତା, ସଞ୍ଜୟ ମିଶ୍ର, ଅଶ୍ୱିନୀ ରାଉତ ଓ ଅନନ୍ତ ମଛଖଣ୍ଡ ଉପସ୍ଥିତ ଥିଲେ ।

Leave A Reply

Your email address will not be published.