ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପଦ୍ମପୁର କଂଗ୍ରେସ ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ କଂଗ୍ରେସ କମିଟି ସଭାପତି ଚମ୍ପକେଶ୍ୱର ପୁରୋହିତ ଏକ ପ୍ରତନିଧି ଦଳଙ୍କୁ ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ ପଦ୍ମପୁରର ଏସ.ଡି.ଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସୁନୀଲ କୁମାର ଅଗ୍ରୱାଲ, ଗୌନ୍ତିଆ ସାହୁ, ସର୍ଦ୍ଧାର ମିଶ୍ର, ପ୍ରଦୀପ ସାହୁ, ସନ୍ତୋଷ କୁମାର ଶତପଥୀ, ଦିଲିପ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.