କନେଷ୍ଟବଳ ନିଯୁକ୍ତି ମାମଲା : ବୟସ ସୀମାରେ ୪ ବର୍ଷ ବୃଦ୍ଧି

କଟକ : ବୟସ ସୀମା ବୃଦ୍ଧି ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ । ୨୦୨୨ରେ ୪୭୯୦ କନେଷ୍ଟବଳ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ବୟସ ସୀମା ୧୮ରୁ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୨୦୧୮ ରୁ ୨୦୨୨ ଚାରି ବର୍ଷ ଲାଗି ଏହି ପଦବୀରେ କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ବହୁ ଆଶାୟୀ ଚାକିରିରୁ ବଞ୍ଚିତ ହୋଇଥିଲେ । ଅପର ପକ୍ଷରେ ରାଜ୍ୟ ସରକାର ଅନ୍ୟ ଚାକିର ଲାଗି ବୟସ ସୀମା ବୃଦ୍ଧି କରିଥିବାରୁ ଏଥିରେ ମଧ୍ୟ ସାମାନ ନିୟମ ଲାଗୁ ପାଇଁ କୁହାଯାଇଥିଲା । ହାଇକୋର୍ଟ ମଙ୍ଗଳବାର ଏହି ଆବେଦନକୁ ଗ୍ରହଣ କରି ବୟସ ସୀମାରେ ୪ ବର୍ଷ ବୃଦ୍ଧି କରିଛନ୍ତି.। ବର୍ତ୍ତମାନ ୨୭ ବର୍ଷ ପର୍ଯ୍ୟନ୍ତ ଏହି ବୟସ ସୀମାକୁ ହାଇକୋର୍ଟ ବୃଦ୍ଧି କରିଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯିବ । ଫେବୃଆରୀ ୧୦ ତାରିଖ ଆବେଦନର ଶେଷ ତାରିଖ ରହିବ । ଫେବୃୟାରୀ ୨୦ ତାରିଖରେ ପରୀକ୍ଷା ହେବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଏହି ବୟସ ସୀମା ବୃଦ୍ଧି ନିୟମ ପୋଲିସର ଅନ୍ୟ କୌଣସି ପଦ ପାଇଁ ଆଉ ଲାଗୁହେବ ନାହିଁ ବୋଲି ଦର୍ଶାଇଛନ୍ତି ।

Leave A Reply

Your email address will not be published.