ବଲାଙ୍ଗିର ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂରେ ପ୍ରେସ୍‌ମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂର ଏକ ପ୍ରେସ୍‌ମିଟ୍‌ ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ହୋଇଯାଇଛି । ସୁପ୍ରିମଟାକ୍ସ ଚେୟାରମେନ୍‌ ଅଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସ୍‌ମିଟରେ ଶ୍ରୀ ପାଲ ୨୦୨୪-୨୫ ଚତୁର୍ଥ ବେଚ୍‌ ପାଇଁ ଓଏନ୍‌ଏମ୍‌ଆର୍‌ସି ଭୁବନେଶ୍ୱର ଠାରୁ ଏନ୍‌ଓସି ମିଳିଥିବା ତଥ୍ୟ ଉପସ୍ଥାପନ କରିଥିଲେ । ଓଏନ୍‌ଏମ୍‌ଆର୍‌ସି ପତ୍ର ସଂଖ୍ୟା ୫୮୨୦ ତା.୧୭.୦୯.୨୦୨୪ କ୍ରମିକ ନଂ.୪୦ରେ ମିଳିଥିବା ତଥ୍ୟକୁ ସବିଶେଷ ଉଲ୍ଲେଖ କରିଥିଲେ । ଏହା ସହ ସୁପ୍ରିମଟାକ୍ସର ପରିଚାଳନା କମିଟି, ଅଧ୍ୟକ୍ଷ, ଅଧ୍ୟାପକ, ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଖୁସି ବାତାବରଣକୁ ପ୍ରଶଂସା କରିଥିଲେ । ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂ ବଲାଙ୍ଗିର ମେଡିକାଲ କଲେଜ ତଥା ଲିଟିଲ ଫ୍ଲାୱାର ସ୍କୁଲ ନିକଟ ଜ୍ୟୋତି ନଗର ଲାଲଟିକ୍ରା ଠାରେ ଅବସ୍ଥିତ । ଏହି ଅନୁଷ୍ଠାନରେ କ୍ଲାସ ରୁମ୍‌ ସହ ଲେବ୍ରୋଟରି ଓ ଝିଅ ଓ ପୁଅମାନଙ୍କ ପାଇଁ ଅଲଗା ହଷ୍ଟେଲ ଥିବା ସୂଚନା ଦେଇଥିଲେ । ରାଜେନ୍ଦ୍ର ୟୁନିଭରସିଟିରେ ଚଳିତ ବର୍ଷ ପରୀକ୍ଷା ଫଳାଫଳରେ ସୁପ୍ରିମଟାକ୍ସର ଝସକେତନ କୁଅଁର ଟପର ହୋଇଥିବା ପ୍ରକାଶ କରିଥିଲେ । ଶ୍ରୀ ପାଲ ଓଏନ୍‌ଏମ୍‌ଆର୍‌ସି ତଥା ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ୨୦୨୪-୨୫ ବର୍ଷ ନୂଆଁ ନାମଲେଖା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ କରିବାକୁ ସୁପ୍ରିମଟାକ୍ସ ଅନୁରୋଧ କରିଛନ୍ତି । ଉକ୍ତ ପ୍ରେସ୍‌ମିଟ୍‌ରେ ସୁପ୍ରିମଟାକ୍ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରବିଣ ନାଗ, ଉପଦେଷ୍ଟା ଡା. ସିଦ୍ଧେଶ୍ୱର ମିଶ୍ର, ମ୍ୟାନେଜର ସତ୍ୟସୁନ୍ଦର ଦିପ, ଅଧ୍ୟକ୍ଷା ଲକ୍ଷ୍ମୀ ମେହେର, ସୁପରିଷ୍ଟେଣ୍ଡେଣ୍ଟ ସିମନ ପାଲ ଓ ପ୍ରଶାସନିକ ଅଧିକାରୀ ପ୍ରୀତମ ବାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.