ଲୋଇସିଂହା କଲେଜରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ ର ୧୨ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଡଃ ମୁକେଶ ମହାଲିଙ୍ଗ୍ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ବିବେକାନନ୍ଦ ମିଶ୍ର ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦୁଇଦିନ ଏଥ୍‌ଲେଟିକ, ତା’ ପର ଦୁଇଦିନ ଖୋଖୋ, କବାଡି, କେରମ୍, ଭଲିବଲ୍ ଓ ବ୍ୟାଡମିଣ୍ଟନ ଆୟୋଜିତ ହୋଇଥିବା ବେଳେ ଶେଷରେ ଫୁଟବଲ ଖେଳ ଆୟୋଜିତ ହୋଇଥିଲା । ପରିଶେଷରେ ଅଧ୍ୟାପକ ଦୟାନିଧି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.