ବନ ବିଭାଗ ଦ୍ୱାରା ପାଣି ଟାଙ୍କିରେ ପଡ଼ି ଯାଇଥିବା କୋବ୍ରା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କୋବ୍ରା ସାପ ପାଣି ଟାଙ୍କିରେ ପଡ଼ି ଯାଇଥିବା ଗତକାଲି ସଂଧ୍ୟା ସମୟରେ ଖବର ପାଇ ଖପ୍ରାଖୋଲକୁ ପହଂଚିଥିଲେ ବନ ବିଭାଗର ହରିଶଙ୍କର ରେଂଜ କର୍ମଚାରୀମାନେ । ଏହାପରେ ଖପ୍ରାଖୋଲ ଫରେଷ୍ଟର ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ପାଣି ଟାଙ୍କିରୁ କୋବ୍ରାକୁ ଉଦ୍ଧାର କରିବା ଉଦ୍ୟମ ଆରମ୍ଭ ହୋଇଥିଲା । ସ୍ନେକ୍‌ କେଚିଂ ଷ୍ଟିକ୍‌ ସାହାଯ୍ୟରେ ପାଣି ଟାଙ୍କି ମଧ୍ୟରୁ ସାପଟିକୁ ଉଦ୍ଧାର କରାଯାଇଥିଲା । ତେବେ ପାଣି ଟାଙ୍କି ଭିତରୁ କୋବ୍ରା ବାହାରିବା କ୍ଷଣି ଜଂଗଲ ଭିତରକୁ ଚାଲି ଯାଇଥିବା କୁହାଯାଇଛି । ଏ ସଂପର୍କରେ ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.