jayashree

ମେଗା ଏୟାରଭାଲ ଚୋରି କରିଥିବା ଅଭିଯୋଗରେ କବାଡିବାଲାଙ୍କୁ କୋର୍ଟ ଚାଲାଣ, ୩ଟି ଭାଲ ଜବତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଞ୍ଚଳରେ ସରକାର ମେଗା ଉଠାଜଳ ପ୍ରକଳ୍ପ କରି ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ବେଳେ କେତେକ ଦୁର୍ବୃତ୍ତ ଏୟାରଭାଲକୁ ଚୋରି କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତ କବାଡିବାଲାଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଇମ୍ରାନ ଖାନ (୪୨) ତାଙ୍କ ଘର ତୁଷୁରା, ସେ ଚାଟିପଦରଠାରେ କବାଡି ଦୋକାନ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସଇଁତଲା ବ୍ଲକର ବେଲଗାଁ, ଶିଶକେଳା, ଘୁନସର ଓ ବାବୁଉଲବା ଅଞ୍ଚଳରେ ଥିବା ମେଗା ଉଠାଜଳ ପ୍ରକଳ୍ପ ଦ୍ୱାରା ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଥାଏ । ଏହା ଦ୍ୱାରା ଅଞ୍ଚଳର ଚାଷୀମାନେ ଚାଷ କାର୍ଯ୍ୟ କରି ଉପକୃତ ହୁଅନ୍ତି । କିନ୍ତୁ ଜଳ ଯୋଗାଣ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମେଗା ଭାଲ ଚୋରି କରି ନେଇଥିବା ମେଗା ପ୍ରକଳ୍ପର ସୁପରଭାଇଜର ଦେବାଶିଷ ସାହୁ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିର୍ତ୍ତି କରି ସଇଁତଲା ଥାନା କେସ ନଂ ୧୪୮/୨୩ରେ ଏକ ଚୋରି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ପୋଲିସ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁଷୁରାର କବାଡିବାଲା ଇମ୍ରାନ ଖାନଙ୍କ ଗୋଦାମକୁ ଚଢ଼ାଉ କରିଥିଲା । ଯାହା ଫଳରେ ଇମ୍ରାନ ଚୋରି କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛନ୍ତି । ଏହି ଭାଲର ମୂଲ୍ୟ ହାରାହାରି ୬୦/୮୦ ହଜାର ଟଙ୍କା ହେବ । ଏଥିରେ ପୋଲିସ ୩ ଗୋଟି ଭାଲକୁ ମଧ୍ୟ ଜବତ କରିଛି । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.