oom

ଝାରବନ୍ଧ ଏସ୍‌.ଡ଼ି.ସି.ସି ବ୍ୟାଙ୍କରେ ଟଙ୍କା ହେରଫେର ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ଏସ୍‌.ଡ଼ି.ସି.ସି ବ୍ୟାଙ୍କରେ ଟଙ୍କା ହେରଫେର ଘଟଣାର ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବିଳାସପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭଣ୍ଡାରଯୋରୀ ଗ୍ରାମର ରାଜ କୁମାର ସାହୁଙ୍କ ଆକାଉଣ୍ଟରୁ ତା.୧୫.୦୩.୨୦୨୩ ରିଖ ଦିନ ଏସ୍‌.ଡ଼ି.ସି.ସି ବ୍ୟାଙ୍କ ଝାରବନ୍ଧ ଶାଖାରୁ ଜାଳ ଦସ୍ତଖତ କରି ଟ.୩୦,୦୦୦ ଉଠାଣ କରିଥିବା ଘଟଣା ତା.୨୦.୦୩.୨୦୨୩ ରିଖ ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ରାଜ କୁମାର ସାହୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଝାରବନ୍ଧ ପୋଲିସକୁ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଥିଲେ । ଏହି ଘଟଣା ଝାରବନ୍ଧ କେସ ନଂ. ୪୪/୨୩ରେ ମାମଲା ରୁଜୁ ହୋଇ ଝାରବନ୍ଧ ଥାନା ସବ ଇନ୍ସପେକ୍ଟର ଜଗା ବରିହା ଘଟଣାର ତଦନ୍ତ କରି ଦଫା ୪୧୯, ୪୨୦, ୪୬୮, ୪୭୧, ୨୯୪, ୫୦୬ ରେ ଅଭିଯୁକ୍ତ ବେହେରାଡୁବୁରି ନିବାସୀ ହରେକୃଷ୍ଣ ପଧାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅନୁପସ୍ଥିତିରେ ଜାଳ ଦସ୍ତଖତ କରି ଟଙ୍କା ଉଠାଣ କରି ନେଇଥିବାରୁ ଝାରବନ୍ଧ ପୋଲିସ କୋର୍ଟ ଚାଲାଣ କରିଛି ।

jittmm
Leave A Reply

Your email address will not be published.