ସିଏନ୍‌ସି.ରେ +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍‌ ସେର୍‌ମୋନି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍‌ ସେର୍‌ମୋନି ମହାବିଦ୍ୟାଳୟ ପରିଚାଳକ ଆଶୁତୋଷ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ୟୁନିଭର୍‌ସିଟିର ଅବସରପ୍ରାପ୍ତ ପିଜି କାଉନ୍‌ସିଲ୍‌ ଚେଆର୍‌ମେନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାବିବା, ଭୋକରେ ରହିବା ଏବଂ ଧୈର୍ଯ୍ୟ ଏହି ତିନୋଟି ଗୁଣ ଯାହା ପାଖରେ ଥିବ, ସେ ସବୁ ପରିସ୍ଥିତିରେ ନିଜକୁ ଆଗକୁ ନେଇ ପାରିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ଓ ସିଏମ୍‌ଏ ଇଣ୍ଟର କ୍ଲିଅର୍‌ କରିଥିବା ମିସ୍‌ ରିୟା ଅଗ୍ରୱାଲଙ୍କୁ ହେମଲତା ପଟ୍ଟନାୟକ ସ୍କୋଲାର୍‌ସିପ୍‌ (୯୦୦୦/-) ଓ ଡାଇରେକ୍ଟର ସ୍ପେସିଆଲ୍‌ ଆୱାଡର଼୍ (୫୦୦୦/-) ବାବଦକୁ ଦୁଇଟି ଚେକ୍‌ ଦେଇ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ସାହୁ (ଯୁଗ୍ମ ପରିଚାଳକ, ସିଏନ୍‌ସି), ଶ୍ରୀମତୀ ମୃଗାକ୍ଷୀ ପଣ୍ଡା ତଥା ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଂଗ କରିଥିଲେ ।

jittmm
Leave A Reply

Your email address will not be published.