୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା । ମୁଁ ପ୍ରାର୍ଥନା କରୁଛି ଯେ ସେ ଲୋକମାନଙ୍କ ସେବାରେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କୁ ଜୀବନ ନିରାମୟ ଓ ସୁଖମୟ ହେଉ ବୋଲି କାମନା କରିଛନ୍ତି ରାଜ୍ୟପାଳ ।

Leave A Reply

Your email address will not be published.