ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଦ୍ଵାରା ସିଏମ କିଷାନ ଯୋଜନାର ଶୁଭାରମ୍ଭ

  • ପାଇକମାଲରେ ଚାଷୀଙ୍କୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ କିସାନ ଯୋଜନାର ଶୁଭାରମ୍ଭ କରିବା ସହ ପ୍ରାଧାନମନ୍ତ୍ରୀ କିଷାନ ଯୋଜନା ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଆବେଦନ କରିବାର ଏକ ପୋର୍ଟାଲ ଶୁଭାରମ୍ଭ ଓ ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ପାଇକମାଲ ବ୍ଲକ ସ୍ଥିତ ଓସ୍ଵନ ପଏଣ୍ଟରେ ଏହି କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୧୦ ଜଣ ଚାଷୀଙ୍କୁ ସହାୟତା ଦେବା ସଙ୍ଗେ ସଙ୍ଗେ ସମ୍ମାନିତ କରିବାର ବ୍ୟବସ୍ଥା ହେଇଥିଲା । ଏହି କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ ଯୋଗଦେଇ ଉକ୍ତ ଚାଷୀମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ସହକାରୀ କୃଷି ଅଧକାରୀ ନୂତନ କୁମାର ସୋରେନ ଯୋଗ ଦେଇଥିଲେ । କୃଷି ବିଭାଗୀୟ ଅଧିକାରୀ ଯୁଗାନ୍ତ ନାୟକ, ମୃତ୍ୟୁଞ୍ଜୟ ବାରିକ, ଅନିତା ଲେଙ୍କା କାର୍ଯ୍ୟକ୍ରମ ପରିଚାଳନାରେ ସହାଯୋଗ କରିଥିଲେ ।

Leave A Reply

Your email address will not be published.