କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତୁରେକେଲା ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଉତ୍ସବକୁ ସରପଞ୍ଚ ଜଳନ୍ଧର ମହାକୁଡ଼ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ସୂର୍ଯ୍ୟମଣି ସେଠ, ଗୋପାଳ ଧରୁଆ, ସୁକାନ୍ତି ମାଝୀ, ଗୀତାଞ୍ଜଳି ମଲ୍ଲିକ, ସମୀର ପଣ୍ଡା ସହଯୋଗ କରିଥିଲେ । ବକବାହାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁ, ଶିକ୍ଷକ ରାଜକିଶୋର ନାଗଙ୍କ ଉପସ୍ଥିତିରେ ସି.ଆର୍.ସି.ସି ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଓ ଦିବାନୀ ରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଗଇଁତାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବ ବଗର୍ତ୍ତୀ, ଶିକ୍ଷକ ସୁନୀଲ ରଞ୍ଜନ ସଲତାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା କରାଇଥିଲେ । ସେହିପରି ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ଶିକ୍ଷକ ଡମ୍ବରୁ ମେହେର ଓ କମିଟି ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥିଭାବରେ ଯୋଗଦେଇ କ୍ରୀଡାର ଉପକାରିତା ଉପରେ ଆଲୋକପାତ କରିବା ସହିତ କୃତି ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ ।