କପସିଲା ସରକାରୀ ପ୍ରାଥମିକରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କପସିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ସିନ୍ଦିରାବହାଲି ଠାରେ ସିଆର୍‌ସିସି ସୁଧାଂଶୁ ପୁଟାଙ୍କ ତତ୍ତ୍ୱାବଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିଲତା ଦଣ୍ଡସେନାଙ୍କ ସମ୍ପୂର୍ଣ୍ଣ ସହଯୋଗରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟରର ୧୪ଟି ସ୍କୁଲରୁ ମୋଟ ୧୪ ଜଣ ପ୍ରଧାନ ଶିକ୍ଷକ ଓ ୧୨ ଜଣ ମୌଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ବିଭାଗର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ସିଆର୍‌ସିସି ସୁଧାଂଶୁ ପୁଟା ସଂଯୋଜନା କରିଥିଲେ । ଫେବୃଆରୀ ମାସ ପାଇଁ ନମୁନା କୁଳମଣି କୁଅଁର ଗଣିତ ପାଇଁ ବହୁ ଶ୍ରେଣୀ ଯୋଜନା ଓ ମନୋଜ ମେହେର ସାକ୍ଷରତା ଏକକ ଶ୍ରେଣୀ ପାଇଁ ଶ୍ରେଣୀ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କରିଥିଲେ । ମାନନିର୍ଦ୍ଧାରଣ ରେଜିଷ୍ଟରର ସମୀକ୍ଷା, ଶ୍ରେଣୀ ପରିଚାଳନା ସମୟରେ ହେଉଥିବା ସୁବିଧା ଅସୁବିଧା, ଗଣିତ କଳିକା ଆନ୍ଦୋଳନ କିଟର ବ୍ୟବହାର କରି ଘନବସ୍ତୁର ଗୁଣାବଳିକୁ ଜାଣିବା ଶ୍ରେଣୀ ଚତୁର୍ଥ ଓ ପଞ୍ଚମର ତ୍ରୟମାତ୍ରିକ ଆକୃତି ଆଧାରିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କରାଯାଇଥିଲା । ଅପାର ଆଇଡି ରେଜିଷ୍ଟ୍ରେସନର ସମୀକ୍ଷା କରାଗଲା । ଶେଷରେ ସିଆର୍‌ର୍ସିସି ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.