ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିନ୍‌ଏସ୍‌) : ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଗତ ୧ ତାରିଖ ରାତିରେ ୫୫ ଗୋଟି ଏସି କେବୁଲ୍‌ ଚୋରି ହୋଇଥିବା ନେଇ ଗତକାଲି ଜିଲ୍ଲା ଦୌରା ଜଜ୍‌ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସିଭିଲ କୋର୍ଟର କର୍ମଚାରୀ ଭୀମଙ୍‌ଙ୍କୁ ଗିରଫ କରିଥିବା ବେଳେ ଚୋରି ହୋଇଥିବା ଏସି କେବୁଲ ଜବତ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି । ତେବେ ଚୋରା ଏସି କେବୁଲ୍‌କୁ ଭୀମ ପାଖରୁ କିଣିଥିବା ବ୍ୟକ୍ତିକୁ ମଧ୍ୟ ପୋଲିସ କାବୁ କରିଥିବା ଏସ୍‌ଡ଼ିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.