oom

ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସିଭିଲ କୋର୍ଟ ଠାରେ ଏକ ଅଣସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସିଭିଲ କୋର୍ଟ ବଲାଙ୍ଗିର ଠାରେ ଏକ ଅଣ ସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ମୁଖ୍ୟ ନୟାଧିଷ ଡ଼ ପବିତ୍ର ମୋହନ ସାମଲ ସେକ୍ରେଟାରୀ ଜିଲ୍ଲା ଆଇନ ସେବା ପ୍ରଧିକରଣ ନ୍ୟୟଧିସ ପବିତ୍ର ମୋହନ ପ୍ରଧାନ, ଅତିରିକ୍ତ ଜିଲ୍ଲା ନ୍ୟାୟାଧିସ ପରିବାର କୋର୍ଟ ନ୍ୟାୟଧିଷ ବିକ୍ରମ କେଶରୀ ପଟ୍ଟନାୟକ ସମେତ ଅନ୍ୟ ନ୍ୟୟାଧିସ ମାନେ ଶିବିରକୁ ଯାଇ ଉତ୍ସାହିତ କରିଥିଲେ । ଆଜି ତାରିଖ ୦୮.୦୩.୨୫ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ସିଭିଲ କୋର୍ଟ ଠାରେ ଲୋକ ଅଦାଲତ ପାଇଁ ଏକ ଅଣ ସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିର ରେ ସ୍ଥାନୀୟ ଆଶା କର୍ମୀ ,ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ି ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ରାଳୟ ତରଫରୁ ଡାକ୍ତର ଦିବ୍ୟ କିଶୋର ପତି ଓ ରାମାନୁଜ ପଣ୍ଡା ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୧୦ ରୁ ଉର୍ଦ୍ଧ ରୋଗୀ ଯାହା ମଧ୍ୟରେ କୋର୍ଟ କର୍ମଚାରୀ, ଆଇନଜୀବୀ, ଅଦାଲତକୁ ଆସିଥିବା ଜନ ସାଧାରଣଙ୍କୁ ବିଭିନ୍ନ ମାଗଣା ସେବା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା ।

jittmm
Leave A Reply

Your email address will not be published.