jittmm
sonalika

ଅନ୍ଧାରରେ ୧୧୮୫ ପିଲାଙ୍କ ଭବିଷ୍ୟତ : ବାହାରିନି ରେଜଲ୍ଟ ଚିନ୍ତାରେ ଅଭିଭାବକ

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ସିବିଏସଇ ଦ୍ୱାରା ପରିଚାଳିତ ୬ଟି ବିଦ୍ୟାଳୟର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଯେଉଁଥିରେ ୨ଟି ଘରୋଇ ବିଦ୍ୟାଳୟ ରହିଥବା ବେଳେ ୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ଚଳିତ ବର୍ଷର ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମେ’ ୧୩ ତାରିଖରେ ପ୍ରକାଶ ପାଇଛି । ହେଲେ ଏହି୧,୧୮୫ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇନାହିଁ । ତେଣୁ ଶୁକ୍ରବାର ଅଭିଭାବକମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶିତ ନ ହେଲେ, ଆନ୍ଦୋଳନ ପନ୍ଥା ଆପଣାଇବା ସହ ଆଇନକୁ ହାତକୁ ନେବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ସୂଚନା ମୁତାବକ, ପଦ୍ମପୁର ଆଦର୍ଶ ବିଦ୍ୟାଳୟର ୧୧୬ଜଣ, ଗାଇସିଲାଟ ଆଦର୍ଶ ବିଦ୍ୟାଳୟର ୧୫୮ଜଣ, ପାଇକମାଲ ଆଦର୍ଶ ବିଦ୍ୟାଳୟର ୯୮ଜଣ, ସୋହେଲା ଆଦର୍ଶ ବିଦ୍ୟାଳୟର ୮୩ଜଣ, ପଦ୍ମପୁର ପବ୍ଲିକ ସ୍କୁଲର ୪୯୪ଜଣ ଓ ଜେନିଥ୍ ଲାୟନ୍ସ ଗୁରୁକୁଳ ପଦ୍ମପୁରର ୨୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଫଳରୁ ବଞ୍ଚିତ ହୋଇଛନ୍ତି । ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଇଁ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଏହି ପିଲାଙ୍କ ରେଜଲ୍ଟ ଆସିନଥିବାରୁ ଚିନ୍ତାରେ ରହିଛନ୍ତି ଅଭିଭାବକ ।

Leave A Reply

Your email address will not be published.