ମାତୃ ନିକେତନରେ ବିକାଶ ହସ୍ପିଟାଲର ଡାକ୍ତରମାନଙ୍କ ସ୍ଵେଚ୍ଛାକୃତ ଚିକିତ୍ସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ରାସ୍ତାରେ ଥିବା ସ୍ଵାଧୀନତା ସଂଗ୍ରାମୀ ବଡ଼ ମା ପାର୍ବତୀ ଗିରିଙ୍କ ପ୍ରତିଷ୍ଠିତ “କସ୍ତୁରବା ଗାନ୍ଧୀ ମାତୃ ନିକେତନ”ରେ ଶନିବାର ବରଗଡ଼ ବିକାଶ ହସ୍ପିଟାଲର ଦୁଇ ଜଣ ଡାକ୍ତରମାନେ ସ୍ଵେଚ୍ଛାକୃତ ଚିକିତ୍ସା କରିଛନ୍ତି, ସେମାନେ ହେଲେ ପ୍ରଖ୍ୟାତ ଡଃ. ନୀଳମଣି ପାତ୍ର (ଶିଶୁ ରୋଗ ମେଡିସିନ ବିଶେଷଜ୍ଞ) ଓ ଆଉ ଜଣେ ଡଃ. ପ୍ରଣୟ କୁମାର ପାଣିଗ୍ରାହୀ ( ଶିଶୁ ସର୍ଜରୀ ବିଶେଷଜ୍ଞ) ଡଃ. ପାଣିଗ୍ରାହୀ ଏବଂ ଡଃ. ପାତ୍ର ଆଜି ଅପରାହ୍ନ ୪ଟା ସମୟରେ ପହଞ୍ଚି ଅନ୍ତେବାସୀଙ୍କର (୫୨ଜଣ) ପୁଅ ଝିଅଙ୍କୁ ଚେକ୍ କରି ସମସ୍ତଙ୍କୁ ନିଜଅର୍ଥରେ କିଣିଥିବା ଜରୁରୀ ଔଷଧ ବଣ୍ଟନ କରିଥିଲେ । ତାଙ୍କ ସହ ଆସିଥିବା ଡଃ. ଅଜିତ ବାରିକ ସହଯୋଗ କରିଥିଲେ । ଡାକ୍ତରମାନେ ମାତୃ ନିକେତନ ପରିସର ବୁଲିଥିଲେ ଏବଂ ମାତୃ ନିକେତନ ସୁବ୍ୟବସ୍ଥା ଦେଖି ଖୁସି ହୋଇଥିଲେ ।

Leave A Reply

Your email address will not be published.