ବେଆଇନ ଗୋରୁ ଚାଲାଣ : ପ୍ରଶାସନ ଚୁପ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଗୋ ଚାଲାଣ ଉପରେ ସରକାର ରୋକ୍ ଲଗାଇଛନ୍ତି । କିନ୍ତୁ କମି ନାହିଁ ଗୋ ଚାଲାଣ । ଆଜି ମଧ୍ୟ ବେଧଡକ ଚାଲିଛି ଗୋ ଚାଲାଣ । ଟିଟିଲାଗଡ ନିକଟସ୍ଥ ସିହିନୀ ଗ୍ରାମ ଦେଇ ପ୍ରତି ଶନିବାର ସକାଳୁ ଚାଲି ଚାଲି ଯାଉଛନ୍ତି ହଜାର ହଜାର ଗାଈ । ଗାଈଗୁଡିକ କେଉଁଠୁ ଆସୁଛନ୍‌ନ୍ତି ଆଉ କେଉଁ ପର୍ୟ୍ୟନ୍ତ ଯିବେ, ସେଇଟା କେହି ଜାଣନ୍ତି ନାହିିଁ। ଖୋଦ ଗାଈମାନଙ୍କୁ ନେଇ ଯାଉଥିବା ଲୋକମାନେ ମଧ୍ୟ ଜାଣନ୍ତି ନାହିଁ ବୋଲି କହିଛନ୍ତି । ଗାଈମାନଙ୍କୁ ନେଇ ଯାଇଥିବା ଲୋକମାନେ କହନ୍ତି ସେମାନେ କଣ୍ଟାବାଞ୍ଜିରୁ ନେଇ ଆସୁଛନ୍ତି ଏବଂ ତାଙ୍କୁ ଅନ୍ୟପଟୁ ଆସୁଥିବା ଲୋକମାନେ ହସ୍ତାନ୍ତର କରନ୍ତି । ସେମାନଙ୍କ ଦାୟିତ୍ଵ ହେଲା ମୁନିଗୁଡ଼ା ପର୍ଯ୍ୟନ୍ତ ଗାଈମାନଙ୍କୁ ପହଞ୍ଚାଇବା । ସେହି ଗୋ – ଚାଳକ କହନ୍ତି, ଗାଈଗୁଡିକ ପ୍ରାୟ ଛତିଶଗଡ ଅଞ୍ଚଳରୁ ଚାଲାଣ ହୋଇ ଆନ୍ଧ୍ରପ୍ରଦେଶ ପର୍ୟ୍ୟନ୍ତ ଯାଉଛନ୍ତି । କିଛି ବ୍ୟକ୍ତି ଛତିଶଗଡ ଓ ଓଡ଼ିଶା ସୀମା ପାର କରେଇ ଦେଇ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥାନ୍ତି । ଏହା ପରେ ସେମାନେ କଣ୍ଟାବାଞ୍ଜି ପର୍ୟ୍ୟନ୍ତ ଆଣି ଏହି ବ୍ୟବସାୟୀଙ୍କୁ ହସ୍ତାନ୍ତର କଲାପରେ ଏମାନେ କଣ୍ଟାବାଞ୍ଜିରୁ ଟିଟିଲାଗଡ ଅନ୍ତର୍ଗତ ସିହିନି ଗ୍ରାମ ଦେଇ ମୁନିଗୁଡ଼ା ପର୍ୟ୍ୟନ୍ତ ଗାଈମାନଙ୍କୁ ନେଇ ଯାଇଥାନ୍ତି । ଏହା ପରେ ସେମାନେ ମୁନିଗୁଡାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ପାର କରି ଅନ୍ୟମାନଙ୍କୁ ହସ୍ତାନ୍ତର କରନ୍ତି । ଏହା ପରେ କ’ଣ ହୁଏ ସେମାନେ ଜାଣନ୍ତି ନାହିଁ ବୋଲି କହିଛନ୍ତି । କିନ୍ତୁ ଚର୍ଚ୍ଚାର କଥା ଏହା ଯେ, ହଜାର ହଜାର ଗାଈ ଚାଲାଣ ହେଉଛି । କିନ୍ତୁ କ’ଣ ପ୍ରଶାସନର ଆଖି ପଡୁନାହିଁ । ଆଖି ଏଡେଇ ଦେଉଛନ୍ତି ପ୍ରଶାସନ ବୋଲି ବୁଦ୍ଧଜୀବୀମାନେ ଚର୍ଚ୍ଚା କରୁଛନ୍ତି । ରାସ୍ତାରେ ଥିବା ସାଧାରଣ ଜନତା କେହି ଆପତ୍ତି କଲେ, ତାଙ୍କୁ କଳେବଳେ କୌଶଳେ ମାମଲାକୁ ରଫାଦଫା କରୁଥିବା ଗାଈ ନେଇ ଯାଉଥିବା ଲୋକମାନେ କହନ୍ତି । ଏପରିକି ଦରକାର ପଡ଼ିଲେ ଗାଈ ଗୋଟିଏ ଦୁଇଟି ମାଗଣାରେ ଦେଇ ମାମଲାକୁ ଦବେଇ ଦିଆଯାଏ ବୋଲି କହିଛନ୍ତି । ଆଗକୁ ରହିଲା ଏହି ଘଟଣା ପ୍ରତି ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.