ls

ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ

sb

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଅଧିକ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ, ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରି କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ଆଉ କିଛି ମଜୁରୀ ଟଙ୍କା ରହିଯାଇଥିଲା । ରାସ୍ତା କାମର ବିଲ ହୋଇଥିଲେ ସୁଦ୍ଧା ମୋହନ ପ୍ରଧାନ ମଜୁରୀ ଟଙ୍କାକୁ ଆତ୍ମସାତ କରି ଶ୍ରମିକଙ୍କୁ ୯ ମାସରୁ ଅଧିକ ଦିନ ହେବ ମଜୁରୀ ଟଙ୍କା ଦେଇନଥିଲେ । ଏହା ପରେ ଶ୍ରମିକ ମାନେ ବ୍ଲକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶ୍ରମିକଙ୍କ ମଜୁରୀ ଟଙ୍କାକୁ ଆତ୍ମସାତ କରିଥିବା ସିମନବାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଶ୍ରମିକମାନଙ୍କୁ ମଜୁରୀ ଟଙ୍କା ଦେବାକୁ ରାଜି ହୋଇଥିଲେ । ଦାରିଙ୍ଗବାଡ଼ି ବ୍ଲକର ଏପିଓ ତ୍ରିନାଥ ନାୟକଙ୍କ ଉପସ୍ଥିତ କ୍ରମେ ମୋହନ ପ୍ରଧାନ ଗୋଟିଏ ମାସ ମଧ୍ୟରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ଫେରେଇବା ନେଇ ଏକ ଚୁକ୍ତି କରିଥିଲେ ।

pc pk
Leave A Reply

Your email address will not be published.