
ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍ଙ୍କ ସହ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍ସି ଚୁକ୍ତି କରିଛି । ଏହି ଚୁକ୍ତି ଅଢ଼େଇ ବର୍ଷ ପାଇଁ ହୋଇଥିବା ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯୁବ ଖେଳାଳି ଟଙ୍କଧର ରାଇଟ-ବ୍ୟାକ୍ରେ ଖେଳିଥାନ୍ତି । ଏହା ବ୍ୟତୀତ ସେ ସେଣ୍ଟ୍ରାଲ ଡିଫେନ୍ସିଭ ଭୂମିକା ତୁଲାଇବାର ଦକ୍ଷତା ମଧ୍ୟ ରଖିଛନ୍ତି । ୨୦୧୯-୨୦ ସିଜନରେ ଟଙ୍କଧର ଇଣ୍ଡିଆ ଆରୋଜ୍ ଦଳରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ସିନିୟର ଆରୋଜ ଦଳରେ ସାମିଲ କରାଯାଇଥିଲା । ସେ କ୍ରମାଗତ ଭଲ ପ୍ରଦର୍ଶନ କରିଥିଲେ ।