oom

ରଥଯାତ୍ରା ଅବସରରେ ବରଗଡ଼ ମହିଳା ସମିତି ପକ୍ଷରୁ ଛତା ବଣ୍ଟନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ରଥଯାତ୍ରା ଅବସରରେ ବରଗଡ଼ ମହିଳା ସମିତି ପକ୍ଷରୁ ରବିବାର ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଟ୍ୟକ୍ରମରେ ୩୦ ଜଣ ଅଙ୍ଗନବାଡି ଛାତ୍ରଛାତ୍ରୀମାନଙ୍କୁ ଛତା ବଣ୍ଟନ କରାଯାଇଥିଲା । ଏଥିରେ ତିନୋଟି ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରଛାତ୍ରୀ ଓ ଦିଦି ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଛତା ସାଙ୍ଗକୁ ବିସ୍କୁଟ, ଚକୋଲେଟ୍ ଦେଇ ଆମୋଦିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନାଚ, ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସମିତିର ବରିଷ୍ଠ ସଦସ୍ୟା ସମାଜସେବୀ ଗୀତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିବେଶ ସୁରକ୍ଷା ଉପରେ ଆଲୋଚନା କରାଯାଇ ସମିତି ପକ୍ଷରୁ ବୃକ୍ଷ ରୋପଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ଉପସଭାପତି ମାମି ମିଶ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇଥିବା ବେଳେ ସମ୍ପାଦିକା ସୁଧାଂଶୁବାଳା ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଲୋଚନାରେ ସୁନିତା କର, ମମତା ମିଶ୍ର, କନକ ପ୍ରଧାନ, ଡ଼ା କମଳିନୀ ଶତପଥୀ, ଇନ୍ଦ୍ରାଣୀ ଶତପଥୀ, ହରଜିନ୍ଦର୍ କୌର, ଡ଼ଲି ଗଡ଼ତିଆ, ଜୟଶ୍ରୀ ପଣ୍ଡା, ସ୍ୱାଧିନ ଦାଶ, ଜୟଗୀତା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସସ୍ମିତା, ପ୍ରଣତି, ସଲୋନି, ତନିମା, ଅନିମା, ରିନୁ, ପଦ୍ମିନୀ, ମୀନା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.