oom

ଦୋକାନର ତାଲା ଭାଙ୍ଗି ଚୋରି କରି ଧରାପଡିଲେ ୨ଜଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମରେ ଏକ ଗ୍ରୋସୋରୀ ଦୋକାନରେ ଗତ ରବିବାର ଦିନ ରାତିରେ ତାଲା ଭାଙ୍ଗି ଭିତରକୁ ପଶି କେତେକ ସାମଗ୍ରୀ ଚୋରି କରି ନେଇ ପଳାଇ ଯାଇଥିଲେ । ତେବେ ଏହି ସମ୍ପର୍କରେ ଦୋକାନ ମାଲିକ ଗତକାଲି ୨୩/୮ ଦିନ ସୁଶାନ୍ତ ପ୍ରଧାନ ଜଗଦଲପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଆସି ଘଟଣା ସମ୍ପର୍କରେ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ ସୁଦର୍ଶନ କୁମ୍ଭାର(୨୪) ଏବଂ ଛତିଶଗଡ଼ ରାଜ୍ୟର ବସନା ଥାନା ଠାକୁରପାଲି ଗ୍ରାମର ଜିତେନ କୁମ୍ଭାରକୁ ପୋଲିସ ଧରିବାରେ ସଫଳ ହୋଇଛି । ସେମାନଙ୍କୁ ପଚରାଉଚରା କରାଯିବା ପରେ ଥାନା ଅଧିକାରୀ ବିରବର ଭଗତଙ୍କ ଠାରେ ରାତ୍ର ୨ଘଣ୍ଟା ସମୟରେ ଚୋରି କରିଥିବା କଥା ସ୍ଵୀକାର କରିଥିଲେ । ଏମାନଙ୍କ ବିରୁଦ୍ଧରେ କେସ ନଂ.୧୧୪/୦୨୧ ଦଫା ୪୫୭/୩୮୦/୩୪ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗଦଲପୁର ପୋଲିସ ପକ୍ଷରୁ ପ୍ରକାଶ । ଏହି ତଦନ୍ତରେ ଥାନା ଅଧିକାରୀ ବିରବର ଭଗତ ଏଏସ୍‌ଆଇ ସତ୍ୟାନନ୍ଦ ଭୁଏ, ହାବିଲଦାର ଜିତେନ୍ଦ୍ର ଦାଶ, ସ୍ୱରୂପା ବଗାର ପ୍ରମୁଖ ତଦନ୍ତରେ ସାମିଲ ଥିଲେ । ଜଗଦଲପୁର ଥାନାରେ ଅଳ୍ପଦିନ ଭିତରେ ଯୋଗ ଦେବା ପରେ ଥାନା ଅଧିକାରୀ ଶ୍ରୀ ଭଗତ ଅଞ୍ଚଳରେ ଏକ ସ୍ୱଭାବିକ ଅବସ୍ଥା ଆସିଥିବାରୁ ଖୁସିର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.